ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଖରାଦିନ ଆରମ୍ଭ ରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି । ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗି ଯାଇଥିଲା । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ବୁଦା ମାଲିକ । ବାଉଁଶ ବୁଦା ମାଲିକ ସୁଜିତ ବେହେରା ଓ ଅନନ୍ତ ବେହେରା ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଆଗ୍ନିକ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ସେମାନଙ୍କର ୫୦୦୦ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିଭଳି ଜରାସିଂହାର ଏକ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜଙ୍ଗଲରୁ ଜାଳ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଏହି ନିଆଁ ଲଗାଇ ଦେଇଥିବା ଜଣାଯାଇଛି । ଖବର ପାଇ ଅନୁଗଳ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଗ୍ନିକ କ୍ଷୀରୋଦ ସାହୁ, ରଶ୍ମିକାନ୍ତ ଲେଙ୍କା, ରବୀନ୍ଦ୍ର ନାୟକ, କିଷନ ମିଶ୍ର ପ୍ରମୁଖ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ ।
ଖରାଦିନ ଆରମ୍ଭରୁ ହିଁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ !!!

