ଟାଙ୍ଗୀରେ ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ : ମେଡିକାଲରେ ଭର୍ତ୍ତି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାହାଘର ଭୋଜି ଖାଇ ୫୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ସୁନ୍ଦରପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସୁନ୍ଦରପୁର ଗ୍ରାମର ଏକ ବିବାହ ବରଯାତ୍ରୀରେ ସେହି ଗ୍ରାମର ଲୋକେ ଭୋଜି ଖାଇବାକୁ ଆସିଥିଲେ । ତେବେ ସେଠାରେ ସେମାନେ ଖାଇ ପିଇ ସାରି ଘରକୁ ଫେରିବା ବେଳେ ସମସ୍ତଙ୍କର ପେଟରେ ଯନ୍ତ୍ରଣା ହେବା ସହ ଝାଡା ବାନ୍ତି ହୋଇଥିଲା । କେତେକ ଲୋକେ ସ୍ଥାନୀୟ କ୍ୱାକ୍ ମାନଙ୍କ ନିକଟରେ ଚିକିତ୍ସିତ ହୋଇଥିବା ବେଳେ କେତେକ ଆକ୍ରାନ୍ତ ଟାଙ୍ଗୀର ବିଭିନ୍ନ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଥିବା ଜଣା ପଡିଛି । ଏହା ସହ ୧୦ ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ ମେଡିକାଲ ପକ୍ଷରୁ ସମସ୍ତ ଚିକିତ୍ସାସୁବିଧା ଯୋଗାଇ ଦିଆଯାଉଛି । ଏବେ ମଧ୍ୟ୍ୟ ରୋଗୀମାନେ ମେଡିକାଲ କୁ ଆସୁଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *