ଅସହାୟ ଲୋକଙ୍କୁ ସହାୟତା କରିବାକୁ କେବେ ପଛାନ୍ତି ନାହିଁ ସମାଜସେବୀ ଉର୍ମିଳା ମହାପାତ୍ର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲାର ବରିଷ୍ଠ ସମାଜସେବୀ ଦାମ ସାର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜର କର୍ମମୟ ଜୀବନ ଙ୍କୁ ମାନବ ସେବା ହିଁ ମାଧବ ସେବା ବୋଲି ଭାବି ଗରିବ ଅସହାୟ ଲୋକଙ୍କ ସେବା ରେ ନିଜର କିଛି ସମୟ କାଟି ସେବା ଯୋଗାଇ ଦେବା ସହ ଲୋକଙ୍କ ପ୍ରତିଟି ସମସ୍ୟା ପାଖରେ ଠିଆ ହୁଅନ୍ତି ଶ୍ରୀମତୀ ଉର୍ମିଳା ମହାପାତ୍ର | ସମୟ ର ଚକ୍ର ବ୍ୟୁହରେ କିଛି ଲୋକ ବେଳେ ବେଳେ ତାଙ୍କୁ ଅସମ୍ମାନ କରିବା ସହ ବଦନାମ କରିବାକୁ ଷଡଯନ୍ତ୍ର କରୁଥିଲେ ମଧ୍ୟ୍ୟ ଲୋକଙ୍କ କଥା କୁ ଖାତିର ନକରି ନିଜେ ବରଂ କଷ୍ଟ ସହନ୍ତି କିନ୍ତୁ ଗରିବ ଅସହାୟ ଲୋକଙ୍କୁ ସେବା କରିବାକୁ କେବେ ପଛାନ୍ତି ନାହିଁ | ଗୋଟିଏ ନାରୀ ନିଜର ଜୀବନ କୁ ବାଜି ଲଗାଇ ଅନେକ ନିରୀହ ଜୀବନ ବଞ୍ଚାଇବା ସହ ଗରିବ ଅସହାୟ ଲୋକଙ୍କୁ ସେବା କରୁଥିବାରୁ ସମାଜରେ ସେ ଅନ୍ୟ ସାମାଜିକ କର୍ମୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି | ଯେତେବେଳେ ଏ ମଣିଷ ନିଜର ସ୍ୱାର୍ଥ ପାଇଁ ବିକ୍ରି ହୋଇଯାଏ , ନିଜର ସ୍ୱାର୍ଥ ସରିଗଲେ ସମସ୍ତ ଙ୍କୁ ପର କରିଦିଏ – ବିନା ସ୍ୱାର୍ଥ ରେ କିଛି ବି କାମ କରେନି . ସେହି ସମୟ ରେ ନିଜର କିଛି ସ୍ୱାର୍ଥ ନ ଥାଇ ମଧ୍ୟ୍ୟ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଥାନ୍ତି ଶ୍ରୀମତୀ ମହାପାତ୍ର |

Leave a Reply

Your email address will not be published. Required fields are marked *