ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦଘାଟିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଦିନ ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଏନଏସବି କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼ଃ ମନ୍ମଥ ପାଢ଼ୀ, ସମ୍ମାନୀତ ଅତିଥି ତଥା ମୁଖ୍ୟ ବକ୍ତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ ଅଂଶଗ୍ରହଣ କରି କନ୍ଧମାଳ ଜିଲ୍ଲାର ଐତିହ୍ୟ, ପରମ୍ପରା, ଓ କୀର୍ତ୍ତିରାଜି ଉପରେ ଗୁରୁତ୍ୱ ଦେଇ ଇତିହାସ କଂଗ୍ରେସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଗାମୀ ଦିନରେ ଇତିହାସ କଂଗ୍ରେସ ରେ କନ୍ଧମାଳ ଜିଲ୍ଲାର ସମସ୍ତେ ସାମିଲ ହୋଇ ପାରିବେ ବୋଲି ଆହ୍ୱାନ ଦେଇଥିଲେ l

ଏହି ଭବ୍ୟ ସମାବେଶରେ ଜିଲ୍ଲାର ସମସ୍ତ +୨ ଓ +୩ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଯୋଗଦେଇ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ l ଅଧ୍ୟାପକ ସତ୍ୟରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ଅଧ୍ୟାପକ ଦୁଃଖିଶ୍ୟାମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ, ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଷଣ କରା ଯାଇଥିଲା l ଏହି ସମାବେଶରେ ଜଳ ସଂଚୟ କର ଜୀବନ ବଞ୍ଚାଅ save water, save life ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ ମନେ ଉପସ୍ଥିତ ଥିଲେ l ଅଧ୍ୟକ୍ଷ ସୁନୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *