ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ତାରିଖ ଅନୁଷ୍ଠିତ ହୋଇଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ ମହିଳା ତାଲିମ ନେବେ । ଉଦଘାଟନ ସଭାରେ ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ | ଲୋବା ପଞ୍ଚାୟତ ର ଏମବିକେ ସୁଶ୍ରୀ ସସ୍ମିତା ଭୂୟାଁ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ସ୍ୱାବଲମ୍ବୀ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପିକା ଶ୍ରୀମତୀ ଦିକ୍ଷ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ !!!

