ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଛେଣ୍ତିପଦା ବ୍ଲକ୍ ବ୍ରାହ୍ମଣବିଲ ପଞ୍ଚାୟତରେ ସରକାରୀ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବ୍ରାହ୍ମଣବିଲ ଗାଁ ରୁ ଟାକୁଆ ଯିବା ରାସ୍ତା ଖଜୁରିଖାଇ ମୌଜାରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ପ୍ରାୟ ୫୦ ପ୍ରତିଶତ ସରିଥିବା ବେଳେ ଏହାର ଫଳକ ଲାଗିନାହିଁ । ଫଳରେ କେଉଁ କାର୍ଯ୍ୟ ପାଇଁ କେଉଁ ପାଣ୍ଠିରୁ କେତେ ଟଙ୍କା ବ୍ୟୟ ବରାଦ ହେଇଛି ଏବଂ କାମ କେବେ ଶେଷ ହେବ ସେ ନେଇ ସ୍ଥାନୀୟ ଲୋକ ଜାଣିପାରୁ ନାହାନ୍ତି । ଏହି ସରକାରୀ ଗୃହ ନିର୍ମାଣ ସମ୍ପର୍କରେ ଜାଣିବାକୁ ଗତ ରବିବାର ଦିନ କିଛି ପଞ୍ଚାୟତ ବାସୀ ଫୋନ୍ ଯୋଗେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ । ସୋମବାର ସୁଦ୍ଧା ଫଳକ ଲାଗିଯିବ ବୋଲି କନିଷ୍ଠ ଯନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଶୁକ୍ରବାର ହୋଇଥିଲେ ଫଳକ ଲାଗି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳକ ନ ଲାଗିବାରୁ ଦୁର୍ନୀତିର ଗନ୍ଧ ଆସୁଛି । ଯଦି ସରକାରୀ କାମ ବିନା ଫଳକରେ ହୁଏ ତେବେ ଆଗାମୀ ଦିନରେ ବ୍ରାହ୍ମଣବିଲ କେଳେଙ୍କାରୀର ଗନ୍ତାଘର ହେବ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ବ୍ରାହ୍ମଣବିଲ ପଞ୍ଚାୟତରେ ସରକାରୀ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ !!!

