ବାଲିଗୁଡା ରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳା ର ସହ ଶେଷ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ , ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି । ବାଲିଗୁଡା ଠାରେ ମାଟ୍ରିକ ପରୀକ୍ଷା 3 ଗୋଟି ସେଣ୍ଟରରେ ହୋଇଥିଲା | ସେଣ୍ଟର ଗୁଡିକ ହେଲା ବାଲିଗୁଡାର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ , ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବଡ଼ଗାଁ | ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ 180 ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 171 ଜଣ ପରୀକ୍ଷା ଦେଇଥିଲେ | ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ରେ 204 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 189 ଜଣ ପରୀକ୍ଷା ଦେଇଥିଲେ | ବଡ଼ଗାଁ ସେଣ୍ଟର ର ପରୀକ୍ଷା ଖବର ଆମର ହସ୍ତଗତ ହୋଇ ପାରିନାହିଁ l ଏହି ସେଣ୍ଟର ମାନଙ୍କରେ ସରସ୍ୱତୀ ଶିଶୁ ମନ୍ଦିର , ବନବାସୀ ସେବା ସମିତି ଏବଂ କୁଟିକିଆ ର ପରୀକ୍ଷାର୍ଥୀ ଏହି ସେଣ୍ଟର ରେ ପରୀକ୍ଷା ଦେଇଥିଲେ | ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *