ଗଜପତି ଜିଲ୍ଲାର ୪୪ ପରୀକ୍ଷା କେନ୍ଦ୍ର ରେ ୭୧୨୪ ଛାତ୍ର ଛାତ୍ରୀ ଦେଲେ ପରୀକ୍ଷା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମୋଟ ୪୪ ଟି ପରୀକ୍ଷା କେନ୍ଦ୍ରରେ ,ଜିଲ୍ଲାରେ ସମୁଦାୟ ୭୧୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ଜିଲ୍ଲାର ମୋଟ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୭୧୨୪ ଜଣ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି ଏବଂ ୭୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷା ସୁପରିଚାଳନା ନିମନ୍ତେ ୪ ଗୋଟି ଯଥା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆର ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମୋହନାର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ କୁ ନୋଡାଲ କେନ୍ଦ୍ର କରାଯାଇଛି । ଏତଦ ବ୍ୟତୀତ ଏସ ଓ ଏସ ସି ମାଟ୍ରିକ ପରୀକ୍ଷା ହେଉଛି । ଏଥିରେ ଜିଲ୍ଲାର ୩ ଗୋଟି ପରୀକ୍ଷା କେନ୍ଦ୍ର ରେ ୩୩0 ଜଣ ପରୀକ୍ଷା ଦେଉଥିବା ବେଳେ ୫୨ ଜଣ ଅନୁପସ୍ଥିତ ରହିଥିବାର ସୂଚନା ମିଳିଛି । ଏଥିଲାଗି ୩୮୨ ଜଣ ନାମ ଲେଖାଇ ଥିବାର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *