ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗଡ଼ିଆ ଛକ ନିକଟସ୍ଥ ୫୫ ନମ୍ଵର ଜାତୀୟ ରାଜପଥରେ ଆଜି ସକାଳେ ଏକ ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଟ୍ରକର ଡ୍ରାଇଭର୍ ଓ ହେଲପର୍ । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ସୋମବାର ଭୋର୍ ୫ ରେ ପାଉଁଶ ବୋଝେଇ କଣ୍ଟେନର ( ଓଡି ୧୯ ୟୁ ୪୪୧୩ ) ଏବଂ କୋଇଲା ବୋଝେଇ ଟ୍ରକ ( ଓଡି ୨୩ ଏଚ୍ ୭୬୫୧ ) ଧକ୍କା ହେବାରୁ ଟ୍ରକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ପଶି ଯାଇଥିଲା । ଫଳରେ ଡ୍ରାଇଭର୍ ଓ ହେଲପର୍ ଚାପି ହୋଇ ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ନିକଟସ୍ଥ ବଅଁରପାଳ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି କ୍ରେନ ସାହାଯ୍ୟରେ ଡ୍ରାଇଭର୍ ଓ ହେଲପରକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *