ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା , ଏହି ଦିବସରେ ସମସ୍ତ ଚାଷୀକୁଳ ମାଟି ମାଆକୁ ଆଜି ଅର୍ଘ୍ୟ ପ୍ରଦାନ କରି ମୁଠି ଅନୁକୂଳ କରିଥାନ୍ତି । ଅକ୍ଷୟ ତୃତୀୟ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାଲୋନୀ ଗ୍ରାମରେ ସିଦ୍ଧ ଭଳ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଶାନ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା କୃଷକ ସମାବେଶ . ଏଥିରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟବକ୍ତା ସହାୟକ କୃଷି ଅଧିକାରିଣୀ ସୁଶ୍ରୀ ଅନ୍ନପୂର୍ଣ୍ଣା ମହାରଣା ସମ୍ମାନୀତ ଅତିଥି ଡାକ୍ତର ଚିନ୍ତାମଣି ମିଶ୍ର , ଡାକ୍ତର ନୃଷିଂହ ଚରଣ ପ୍ରଧାନ , ମାର୍ଗଦର୍ଶିକ ପଠାଣି ବଳବନ୍ତରାୟ ,ବାଳମୁକୁନ୍ଦ ଦାସ ଉପସ୍ଥିତ ରହିଥିଲେ । ପରିଚାଳନା ସଦସ୍ୟ ସମୂହ ମିଶି ସଙ୍କୀର୍ତ୍ତନ କରି ଠାକୁରଙ୍କ ଜମିକୁ ଯାଇ ସମସ୍ତେ ଉପସ୍ଥିତ ରହି ଏହି ମହାନ ପରମ୍ପରାକୁ ସମ୍ପାଦନ କରିଥିଲେ । ଆନନ୍ଦର ବିଷୟ, ଏହି କାର୍ଯ୍ୟକ୍ରମରେ ବାଣପୁର ଅଞ୍ଚଳର ବହୁ ଦୁର ଦୁରାନ୍ତରୁ ଚାଷୀ ଭାଇ ମାନେ ଆସି ଯୋଗ ଦେଇଥିଲେ ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଣପୁରରେ କୃଷକ ସମାବେଶ !!!

