ଆଉ ସାତଦିନ ପାଇଁ ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଅବଧି !!!

0
935

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵଙ୍କ ଓକିଲ ।ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୭ ଦିନ ପାଇଁ ମାନ୍ୟବର ହାଇକୋର୍ଟ ଜାମିନ ଦେଇଥିବା ବେଳେ ଆଜି ଅଦାଲତରେ ଆତ୍ମ ସମର୍ପଣ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଶ୍ରୀ ଜଗଦେଵଙ୍କ ସ୍ୱାସ୍ଥ୍ୟ ପୁଣି ଚିକିତ୍ସା ଆବଶ୍ୟକତା ଦୃଷ୍ଟିରୁ ଆଉ ଜାମିନ ର ସମୟସୀମାକୁ ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାକୁ ଭିତ୍ତିକରି ମାନ୍ୟବର ହାଇକୋର୍ଟ ଆଉ ୭ ଦିନ ପାଇଁ ଜାମିନ ଅବଧି ବଢ଼ାଇଛନ୍ତି । ଜାମିନ ର କପି ଆସନ୍ତା ୭ ତାରିଖ ଦିନ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଦାଖଲ କରିବାକୁ ଦିଆ ଯାଇଥିବା ପିଟିସନରେ ଉଲ୍ଲେଖ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here