ଅନୁଗୁଳ ଏସ୍‌ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଅନ୍ୟାୟୋଚିତ୍ତ ଭାବେ ଗିରଫ କରିବା ପ୍ରତିବାଦରେ ଶୁକ୍ରବାର ଅନୁଗୁଳ ଏସ୍‌ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହ ବିଧାୟକ ଶ୍ରୀ ପାଣିଗ୍ରାହୀ , ବିଡିଓଙ୍କ ବିରୁଦ୍ଧରେ ଦେଇଥିବା ଏତଲାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା, ବ୍ଲକ ସରକୁଲାର ୪୭ ର ଅବମାନନା କରିଥିବା ସରକାରୀ ଅଧିକାରୀ ବିଶୃଙ୍ଖଳିତ ଆଚରଣ କରି ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନେଇ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ରାଜ୍ୟର ପୁଲିସ ପ୍ରତି ସାଧାରଣ ଲୋକଙ୍କ ଭରସା ତୁଟିବାକୁ ବସିଲାଣି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟରେ ବହୁ ଜଘନ୍ୟ ମାମଲାରେ ଶାସକ ଦଳର ନେତା, ବିଧାୟକ ଓ ମନ୍ତ୍ରୀ ମାନେ ଜଡିତ ଥିବାବେଳେ ଏତଲା ସେମାନଙ୍କର ନାମ ଥାଇ ସେମାନଙ୍କୁ ପୁଲିସ ଗିରଫ ନକରି ସୁରକ୍ଷା ଦେବା ଏବଂ କାହାଣୀ ତିଆରି କରି ଖସାଇ ଦେଉଛି ପୁଲିସ । କିନ୍ତୁ ବିଜେପି ବିଧାୟକଙ୍କ କ୍ଷେତ୍ରରେ ପୁଲିସ ସମ୍ପୂର୍ଣ ଅଣଦେଖା କରି ମିଥ୍ୟା ମାମଲା କରି ବିଧାୟକଙ୍କୁ ଫସାଇବା ଏବଂ ବିନା ତଦନ୍ତରେ ଗିରଫ କରିବା ରାଜ୍ୟରେ ଆଇନର ଗତି କୁଆଡେ ବୋଲି ନେତାମାନେ ପ୍ରଶ୍ନ କରିଥିଲେ । ବିଧାୟକଙ୍କୁ ତୁରନ୍ତ ନିସର୍ତ୍ତ ଖଲାସ କରିବା ସହ ଦୋଷୀ ବିଡ଼ିଓଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ବିଜେପି ନେତା ଅମୀୟ ତ୍ରିପାଠୀ, ସୁଦିପ ଗଡ଼ନାୟକ, ଦିଲ୍ଲୀପ ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ବିଶ୍ୱଜିତ ମିଶ୍ର, ସଂଘମିତ୍ରା ପ୍ରଧାନ, ସରିତା ମିଶ୍ର, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *