ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ପୋୖର ପରିଷଦ କାର୍ଯ୍ୟାଳୟର ବାହାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ । ଏହି ଭଳି ଦୀର୍ଘ ଦିନ ହେଲା ଅପରିଷ୍କାର ଜଳ ରାସ୍ତାରେ ଭାସିବା ଦ୍ୱାରା ରାସ୍ତା ଖାଲ ଖମା ହେବା ସହ ପଥଚାରୀ ଙ୍କ ଉପରେ ଅପରିଷ୍କାର ଜଳ ଛିଟୁକୁଛି । ପରିବେଶ ଦୁର୍ଗନ୍ଧ ମୟ ହୋଇ ମଶା ମାଛିର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଖବର ବାରମ୍ବାର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ ନ କରିବାର ଦେଖିବାକୁ ମିଳିଛି । ଏପରିକି ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବା ସମସ୍ତଙ୍କୁ ଚକିତ କରିଛି । ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ପୋୖର ପରିଷଦ କାର୍ଯ୍ୟାଳୟର ବାହାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ !!!

