କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି . ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ୪୨ ମୌଜା ବ୍ରହ୍ମପୁର ପଂଚାୟତ ଭୋଇସାହି ସ୍ମୃତିକାନ୍ତ ଭୋଇଙ୍କ ଘର ବଜ୍ରପାତ ଜନିତ ଦୁର୍ଘଟଣାରେ ପୋଡ଼ି ହେଇଥିବା ଖବର ପାଇ ପଲିଥିନ୍, ପିନ୍ଧା କପଡା, ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଜରୁରୀ କାଳୀନ ଭିତ୍ତିରେ ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ପ୍ରଭାତ ଦେବତା,, ଗାନ୍ଧୀଗୁରୁ ଦାସ, ଦେବୀ ପ୍ରସାଦ ପତି, ଉତ୍ତମ ବାରିକ, ଜୟନ୍ତୀ ସାହୁ, ଶରତ ଭୋଇ, ଗୋବିନ୍ଦ କର, ବିଜୟ ସ୍ଵାଇଁ, ଅନିଲ ମହାପାତ୍ର, ମୁକ୍ତିକାନ୍ତ ମହାନ୍ତି, ଆନନ୍ଦ ବେହେରା, ଅଭିରାମ ଦଳାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଘରପୋଡ଼ି ପରି ବିପତ୍ତି ସମୟରେ ଉତ୍କଳ ବିକାଶ ପରିଷଦ ସହାୟତା ପ୍ରଦାନ !!!

