ବେଆଇନ୍ ଇଟା ଭାଟି ଉପରେ ତହସିଲଦାର ଙ୍କ ଚଢ଼ଉ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ୍ ଇଟା ଭାଟି ଉପରେ ଆଜି ତହସିଲଦାର ଚଢ଼ଉ କରିଛନ୍ତି । ଏହି ଚଢ଼ଉ ବେଳେ ତାଳଚେର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ଓ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ । ପ୍ରଶାସନ ପକ୍ଷରୁ ତାଳଚେର କଙ୍କିଳି ଅଞ୍ଚଳରେ ଥିବା ୨୯ ଟି ଇଟା ଭାଟିକୁ ଜେସିବି ଲଗାଇ ମାଟିରେ ମିଶାଇ ଦିଆଯାଇଛି । ତେବେ ସହରରେ ଏତେ ସଂଖ୍ୟକ ଇଟା ମାଟି ଥିବା ବେଳେ ପ୍ରଶାସନ ପାଖରେ କେମିତି ଖବର ନଥିଲା ତାହାକୁ ନେଇ ସନ୍ଦେହ ଉପୁଜିଛି । ଅନ୍ୟ ପଟେ ଆଗମୀ ଦିନରେ ଅନ୍ୟ ସବୁ ଇଟା ଭାଟି ଉପରେ ଚଢ଼ଉ କରାଯିବ ବୋଲି ତାଳଚେର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *