ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଠାରେ ନିର୍ମାଣାଧୀନ ନୂତନ ଜଗନ୍ନାଥ ମନ୍ଦିର ଉଦ୍ଦେଶ୍ୟରେ ୧୩ ମଇ ଠାରୁ ୧୬ ମଇ ପର୍ଯ୍ୟନ୍ତ ସମୂହ ଶିଳା ସ୍ଥାପନ ଉତ୍ସବ ଉପଲକ୍ଷେ ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ପ୍ରତ୍ୟେକ ପିଲା ଓ ଗୁରୁଜୀ ଗୁରୁମା ନିଜ ସହ ଛୋଟ ବଡ଼ ପଥର ଧରି ଜୟ ଜଗନ୍ନାଥ ଘୋଷ ଧ୍ବନି ଦେଇ ନିର୍ମାଣାଧୀନ ମନ୍ଦିର ନିକଟରେ ପହଞ୍ଚିବା ପରେ ଏହାର ମୂଳଦୁଆରେ ଶିଳା ସ୍ଥାପନ କରିଥିଲେ । ଏଇ ଅବସରରେ ଶ୍ରୀ ଜଗନ୍ନାଥ ସେବାଦଳର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶିଶୁ ମନ୍ଦିର ର ସଂପାଦକ ରମେଶ ଚନ୍ଦ୍ର ସାହୁକାର ,ସଦସ୍ୟା ଶ୍ରୀମତୀ ସୁଷମା ଦାଶ, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା, ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ପାଢ଼ୀ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଶିଳା ସ୍ଥାପନ ଉତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କର ନଗର ପରିକ୍ରମା !!!

