ଜାଗା ସମ୍ପର୍କ ମେଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏକ ନମ୍ବର ୱାର୍ଡ ର ପରିଚୟ ଗୃହ ଠାରେ 1, 2 ଓ 3 ନମ୍ବର ୱାର୍ଡ ର ବସ୍ତିକୁ ନେଇ ଏକ ଜାଗା ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବସ୍ତି ଗୁଡିକର କିଭଳି ବିକାଶ ହେବ ସେ ନେଇ ମେଳା ଆୟୋଜିତ କରାଯାଇଥିଲା । ମୁଖ୍ୟତଃ ବସ୍ତି ଗୁଡିକରେ ନାଳ, ରାସ୍ତା, ଘରୋଇ ବିଦ୍ୟୁତ କରଣ, ଶୌଚାଳୟ, ବସ୍ତି ଅଞ୍ଚଳରେ ଛୋଟ ପିଲା ମାନଙ୍କ ପାଇଁ ପାର୍କ ସହ ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଏହି ମେଳା ଆୟୋଜିତ ହୋଇଥିଲା । ଏହି ମେଳା ଅବସରରେ ବସ୍ତି ଉନ୍ନୟନ ସଂଗଠନର ସଭାପତି କୃଷ୍ଣ କୁମାର ବେହେରା ସହ ଆଉ ଦୁଇ ଜଣ ସଭାପତି ସହ ଏକ ଚୁକ୍ତି ନାମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମାଝୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସଂଯୋଜକ ବି. ସନ୍ଦିପ କୁମାର, ମୁକ୍ତା ଟିମର ସଦସ୍ୟ, ସିଇଓ ଇନ୍ଦିରା ଗୌଡ଼, ଉଜଲତା ସ୍ୱଲସିଙ୍ଗ, ରଶ୍ମିତା ନାୟକ, କାଉନସିଲର ପି. ଅମୁଲ୍ଆମା, ଝାଂସି ଦେବୀ ସହ ବସ୍ତିର ସମସ୍ତ ମାଆ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *