ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ଅରାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ ଜନିତ ଅଭାବନୀୟ ଦୃଶ୍ୟ । ଓଡ଼ିଶାର ବୃହତମ ଶାଳ ଶାଗୁଆନ ଜଙ୍ଗଲ ବରବରା ନିକଟରେ ରହିଛି ଅରାଙ୍ଗ ଗ୍ରାମ . ଗ୍ରୀଷ୍ମଋତୁ ଚାଲିଥିବା ବେଳେ ଜଙ୍ଗଲି ଜୀବଜନ୍ତୁ ପାଣି ଟୋପାଟେ ନ ପାଇଁ ଆଜି ଗାଁ ମୁହାଁ ହେଉଛନ୍ତି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଜଙ୍ଗଲି ଦନ୍ତା ହାତୀ ଗାଁ ମୁହାଁ ହୋଇଛନ୍ତି . ଗ୍ରାମର କିଛି ଲୋକଙ୍କ ଘର ଦନ୍ତା ହାତୀ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି . ଅରାଙ୍ଗ ଗ୍ରାମର କୁମର ସେନାପତି, ଶତ୍ରୁଘ୍ନନ ସେନାପତି, ରବି ସେନାପତି ଏମାନଙ୍କର ଘର ଭାଙ୍ଗିବା ସହିତ ବର୍ଷସାରା ଘରେ ଅମଳ କରି ରଖିଥିବା ଧାନ, ଚାଉଳ ଖାଇ ନଷ୍ଟ କରିଦେଇ ପୁଣି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବାର ଖବର ମିଳିଛି । ଅତି ଗରିବ ସମ୍ପ୍ରଦାୟ ସମସ୍ତ ଚାଷୀ ହେଇଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରେ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।
ବାଣପୁର ଅଞ୍ଚଳରେ ଗାଁ ମୁଁହା ହେଲେ ଜଙ୍ଗଲି ହାତୀ , ଘର ଭାଙ୍ଗିଲେ – ଧାନ ଖାଇଲେ !!!

