ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡାର ପର୍ଯ୍ୟଟନ କ୍ୟାମ୍ପରେ କାର୍ଯ୍ୟ କରୁଥିବା ଜଣେ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ଝଡ଼ାଫୁଙ୍କା କରି ସମୟ ଗଡ଼ାଇ ଥିବାରୁ ଏହି ମୃତ୍ୟୁ ହେଲା ବୋଲି ଡ଼ାକ୍ତର କହିଛନ୍ତି । ସୂଚନା ଯେ, ଟିକରପଡ଼ାର ଅରୁଣ ବେହେରାଙ୍କ ପୁଅ ଅଶୋକ ବେହେରାଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡି ଥିଲା । ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ନଆଣି ଝଡ଼ାଫୁଙ୍କା କରିଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଅନୁଗୁଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସାପ କାମୁଡ଼ାରେ ଯୁବକର ମୃତ୍ୟୁ !!!!

