ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ସାମନ୍ତରାପୁର ଓ ମଙ୍ଗରାଜପୁର ଅଞ୍ଚଳରୁ ୪୨ ଶହ ଲିଟର ପୋଚ ଓ ୨୩୦ ଲିଟର ଦେଶୀ ମଦ ଜବତ କରିବା ସହ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୩୩ ହଜାର ଟଙ୍କା ବୋଲି ଆକଳନ କରାଯାଇଛି । ଏହି ଚଢ଼ାଉ ସମୟରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଇନିସପେକ୍ଟର ଭୈରବ ସାହୁ, ଭ୍ରାମ୍ୟମାଣ ଇନିସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଓଆଇସି ବି.ମନୋଜ କୁମାର ଓ ଜଟଣୀ ଓଆଇସି ଗୀତାଞ୍ଜଳି ବେହେରା ସମେତ ବେଗୁନିଆ କର୍ମଚାରୀ ମାନେ ସାମିଲ ଥିଲେ ।
ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ବିପୁଳ ପରିମାଣର ପୋଚ ଜବତ !!!

