ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ଟ୍ୟାଙ୍କର । ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବ୍ଲକ ନିଶା ଥାନା ଅନ୍ତର୍ଗତ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସି ପଡିଛି । ସୂଚନା ମୁତାବକ, ଏହି ଟ୍ୟାଙ୍କର ବିଳମ୍ବିତ ରାତିରେ ଭୁବନେଶ୍ଵରରୁ ସିମେଣ୍ଟ ଖାଲି କରି ଫେରୁଥିଲା । ୬୩ ନମ୍ବର ରାଜ୍ୟ ରାଜପଥରେ ଯାଉଥିବା ବେଳେ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସି ପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଚାଲକ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ଟ୍ୟାଙ୍କର !!!

