କୃଷି ବିଭାଗ ରେ କର୍ମଚାରୀ ଅଭାଵ ପୂରଣ ହେବ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାଵ ପୂରଣ ହୋଇ ପାରୁନାହିଁ । 35 ଗୋଟି ପଦବୀ ମଧ୍ୟରୁ 11 ଗୋଟି ପଦବୀ ପୂରଣ ହୋଇଥିବା ବେଳେ 24 ଗୋଟି ପଦବୀ ଖାଲି ପଡ଼ିଛି । ସେହିପରି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ 51 ଗୋଟି ପୋଷ୍ଟ ମଧ୍ୟରୁ 28 ଗୋଟି ପଦବୀ ପୂରଣ ରହିଥିବା ବେଳେ 23 ଗୋଟି ପଦବୀ ଖାଲି ପଡ଼ିଛି । ଜିଲ୍ଲା କୃଷି ଅଧିକାରୀ ଉଦୟଗିରି ରେ 41 ଗୋଟି ପଦବୀ ମଧ୍ୟରୁ 26 ଗୋଟି ପଦବୀ ପୂରଣ ଥିବା ବେଳେ 15 ଗୋଟି ପଦବୀ ଖାଲି ପଡ଼ିଛି । ଜିଲ୍ଲା ରେ ସମୁଦାୟ କୃଷି ବିଭାଗର 127 ଜଣ କର୍ମଚାରୀ ମଧ୍ୟରୁ 65 ଜଣ କର୍ମଚାରୀ ପୂରଣ ଥିବାବେଳେ 62 ଗୋଟି ପଦବୀ ଖାଲି ପଡ଼ିଛି । ପାଖାପାଖି 50% ପ୍ରତିଶତ କର୍ମଚାରୀ ଅଭାବ ରହିଛି , ତା ସାଙ୍ଗକୁ ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରୁ ଦୀର୍ଘ ଦିନ ହେଲା ସେମାନଙ୍କୁ ବଦଳି ମଧ୍ୟ ହେଉନାହିଁ । ଯାହା ଫଳରେ ଜିଲ୍ଲାରେ ବିକାଶରେ ବାଧକ ସାଜୁଛି । କର୍ମଚାରୀଙ୍କ ପଦୋନ୍ନତି ହୋଇ ପୁଣି ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।ଏପଟେ ସରକାର 5 T , ମୋ ସରକାର , ସ୍ୱଚ୍ଛତା, ସମାୟାନୁବର୍ତ୍ତିତା, ଦୁର୍ନୀତି ମୁକ୍ତ କହୁଥିବା ବେଳେ କର୍ମଚାରୀଙ୍କୁ ବଦଳି ନ ହେବା ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ . ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ . କିନ୍ତୁ ଯଦି କୃଷି ବିଭାଗରେ କର୍ମଚାରୀଙ୍କର ଅଭାବ ରହେ ତେବେ ସରକାରଙ୍କ ଯୋଜନା କିପରି ଚାଷି ପାଖରେ ପହଞ୍ଚି ପାରିବ, ଚାଷି ସରକାରଙ୍କ ଯୋଜନା ଉପରେ ଜାଣି ପାରିବେ . ସରକାରଙ୍କ ଯୋଜନା ଫଳପ୍ରଦ ହେବ ଜିଲ୍ଲାରେ ବିକାଶ ତ୍ୱରାନ୍ୱିତ ହେବ ତା ଉପରେ କୌଣସି ରାଜନୀତିଜ୍ଞ, କୌଣସି ରାଜନେତାଙ୍କ ସ୍ୱର ଉଠୁ ନଥିବା ଦେଖିବାକୁ ମିଳିଛି । କି ନେତା ମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ସମସ୍ୟା କୁ ନେଇ ଉପସ୍ଥାପନ କରି ପାରୁନାହାଁନ୍ତି । ତୁରନ୍ତ କୃଷି ବିଭାଗ ରେ ଖାଲି ପଡିଥିବା ପଦବୀ ପୂରଣ ସାଙ୍ଗକୁ ଦୀର୍ଘ ଦିନ ହେଲା ବିଭାଗରେ କ୍ଷେତ୍ର କର୍ମଚାରୀ ଏବଂ ଅଫିସ କର୍ମଚାରୀ ବଦଳି ହେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଚାଷିକୂଳ ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ହେଉ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ ଚାଷିକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *