ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବେଗୁନିଆର ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ତରଫରୁ ” ଆର୍ଟ ଅଫ ଗିଭିଂଗ୍ ଡେ ” ପାଳିତ ହୋଇଯାଇଛି । କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ପ୍ରତିବର୍ଷ ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ସେବା କାର୍ଯ୍ୟମାନ କରାଯାଇଥାଏ ॥ “ଭରସା”ର ପ୍ରତିଷ୍ଠାତା ତଥା ଆଦର୍ଶ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନଙ୍କ ସୌଜନ୍ୟରେ ହରିପୁର ଗ୍ରାମର ପ୍ରାୟ ୭୦ ଜଣ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ଖାତା , କଲମ , ରବର , ପେନସିଲ୍ ଓ ଜ୍ୟାମିତି ବାକ୍ସ ପ୍ରଦାନ କରାଯାଇଥିଲା । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ସୋମନାଥ ସାହୁ, ଜଗଦିଶ୍ ପାତ୍ର , ଲିଲି ରାଉତ ପ୍ରମୂଖ ସହଯୋଗ କରିଥିଲେ । ମାସର ପ୍ରତିଟି ଦିବସରେ ପ୍ରତିମା ପ୍ରଧାନଙ୍କ ବିଭିନ୍ନ ପ୍ରକାର ଜନକଲ୍ୟାଣ ସେବା ମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି ।