ମୋବାଇଲ ଚୋରୀ ଘଟଣାରେ ୩ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ହେମୁସୁରପଡ଼ାର ସର୍ବେଶ୍ବର ସାହୁ ଙ୍କ ଘରୁ ଗତ ଏପ୍ରିଲ ୨୯ ତାରିଖରେ ୨ ଟି ମୋବାଇଲ ଚୋରୀ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନଯାୟୀ, ଗତ ଏପ୍ରିଲ ୨୯ ତାରିଖ ଭୋର ସମୟରେ ହେମୁସୁରପଡ଼ାର ସର୍ବେଶ୍ବର ସାହୁଙ୍କ ଘରୁ ୨ ଟି ମୋବାଇଲ ସ୍ମାର୍ଟ ଫୋନ ଚୋରି ହୋଇଥିଲା । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ରବିବାର ପୁଲିସ ମୋବାଇଲ ଫୋନ୍ ଚୋରି ଘଟଣାରେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗାଁର ବିଷ୍ନୁ ନାଏକ (୨୬) ଏବଂ ଚୋରୀ ମୋବାଇଲ କିଣିବା ଅଭିଯୋଗରେ ବନ୍ତଳା ଥାନା ଅନ୍ତର୍ଗତ ଦଳବେହେରା ସାହିର ସୁଜିତ କୁମାର ନାଏକ (୨୪) ଓ ହେମୁସୁରପଡ଼ାର ରାଜେଶ କୁମାର ନାଏକ (୧୯) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *