ବାଣପୁର ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ମହିଳା ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ଆଜି ବାଣପୁର ଥାନା ଅଧିନସ୍ଥ ଭୀମପୁର ଏବଂ ମାଟିଆପୋଖରୀ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅବକାରୀ ବିଭାଗ ସମୁଦାୟ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପ୍ରତିମା ବେହେରା ଓ ରଜନୀ ପ୍ରଧାନ । ଉଭୟଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *