ଦୋକାନ ଘର ଉଛେଦକୁ ନେଇ ମୁହାଁମୁହିଁ ହେଲେ ସାଧାରଣ ଜନତା ଏବଂ ପୋଲିସ ପ୍ରଶାସନ !!!

0
447

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜଙ୍କିଆ ଥାନା ଗୟାବନ୍ଧ ଛକରେ ଥିବା ସରକାରୀ ଜାଗା ଗୁଡିକୁ ବେଆଇନ ଭାବରେ ଜବରଦଖଲ କରି ଗଢି ଉଠିଥିଲା ଦୋକାନ ଘର . ଏହାକୁ ଭାଙ୍ଗିବାକୁ ଯାଇ ଉତେଜନା ଦେଖା ଦେଇଛି । ବେଆଇନ ଭାବରେ ହୋଇଥିବା ୨୦ ରୁ ଉର୍ଦ୍ଧ୍ବ ଦୋକାନ ପୋଲସ ସହଯୋଗରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଥିଲା ଘର ଭାଙ୍ଗିବାକୁ । ଏହି ଦୋକାନୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶହ ଶହ ସାଧାରଣ ଲୋକ ଏହାକୁ ବିରୋଧ କରିଥିଲେ , ଯାହା ଫଳରେ ସାଧାରଣ ଜନତାଙ୍କ ସହିତ ପୋଲିସ ପୋଲିସ ପ୍ରଶାସନ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ସରକାରୀ ନୋଟିସ ପାଇବା ପରେ ଲୋକମାନେ ଏହାକୁ ବିରୋଧ କରିଥିଲେ . ଘଟଣା ସ୍ଥଳରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ, ତହସିଲଦାରଙ୍କ ସହିତ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଦୁଇ ପ୍ଲାଟୁନ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ଲୋକମାନେ ଶୁଣି ନଥିଲେ ଓ ପୋଲିସ ସହିତ ଧସ୍ତା ଧସ୍ତି କରିଥିଲେ । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବଳ ପ୍ରୟୋଗ କରି ସେଠାରୁ ଘଉଡାଇବା ସହିତ କିଛି ଲୋକଙ୍କୁ ଅଟକ ରଖି ଭଙ୍ଗା କାମ ଆରମ୍ଭ କରିଥିଲେ । ସମୁଦାୟ ୮ ଟି ଦୋକାନ ଘର ଭଙ୍ଗା ଯାଇଥିବା ବେଳେ ଆଗକୁ ଅନ୍ୟ ସମସ୍ତ ଦୋକାନ ଘର ଭଙ୍ଗାଯିବ ବୋଲି ଖୋର୍ଦ୍ଧା ଉପ-ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here