ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନାକରେ ସଙ୍ଗୀତ ଓ ଗିଟାର ଧ୍ୱନୀ , ମନ ମୋହିଲେ ବୀର କିଶୋର ମହାପାତ୍ର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମର ବୀର କିଶୋର । ପେଷା ହେଉଛି ଚାଷ କରିବା , ନିଶା ଅଭିନୟ, ପାଲାରେ ଭଜନ ପାଳିଆ । ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ଥିବା ଶ୍ରୀ ମହାପାତ୍ର ମନରେ ଯେତେ ଦୁଃଖ ଥିଲେ ମଧ୍ୟ ୨୦ ବର୍ଷ ପୂର୍ବେ ସାଧନା କରି ନାକରେ ଗିଟାର ଧ୍ୱନି ସାଙ୍ଗକୁ ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ଆହେ ନୀଳ ଶଇଳ ପ୍ରବଳ ମତ ବାରଣ, ମହମ୍ମଦ ରଫିଙ୍କ ବାହାର ଫୁଲ ବର୍ଷାଏ ଆଦି ଗୀତକୁ ନିଖୁଣ ଭାବରେ ପରିବେଷଣ କରିଥାନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଭାଜନ ହୋଇ ପାରିଛନ୍ତି ।
ନାକରେ ସଙ୍ଗୀତର ତାଳେ ତାଳେ ଗୀଟାର ଧ୍ୱନୀ : ମନ ମୋହିଲେ ବୀରକିଶୋର !!!

