କୋଭିଡ ରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କର୍ପସ ପାଣ୍ଠି ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର କୋଭିଡ ସମୟରେ ବାପା ଓ ମାଆ ଙ୍କୁ ଏବଂ ବାପା କିମ୍ୱା ମାଆଙ୍କୁ ହରାଇ ଥିବା 8 ଜଣ ଶିଶୁଙ୍କ ପାଇଁ ପିଏମ କେୟାର ଫର ଚିଲଡ୍ରେନ ସ୍କିମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲା ମାନଙ୍କର ଫିକ୍ସ ଡିପୋଜିଟ ଖାତାକୁ କର୍ପସ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ଯୋଜନାଟି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା 29 ମେ 2021 ରେ ଶୁଭାରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଯେ କୋଭିଡରେ ବାପା ଓ ମାଆଙ୍କୁ ହରାଇଥିବା ଶିଶୁ ମାନଙ୍କୁ କିପରି ଯତ୍ନ ଓ ସୁରକ୍ଷା ଯୋଗାଇବା ବୀମା ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଧ୍ୟାନ ଦେବା, ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନେ ଆତ୍ମନିର୍ଭରଶୀଳ କିପରି ହେବେ ସେଥିପାଇଁ ସେମାନଙ୍କୁ 23 ବର୍ଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଯୋଗାଇବା । 18 ବର୍ଷ ପରେ ପିଲାମାନେ ଫିସ୍କ ଡିପୋଜିଟ ଥିବା 10,00000 ଟଙ୍କାର ସୁଧକୁ ନେଇ ସେମାନଙ୍କ ପାଠ ପଢିବା ଖର୍ଚ୍ଚ କରି ପାରିବେ ଏବଂ 23 ବର୍ଷ ପରେ ସେମାନେ ଚାହିଁଲେ 10,00000 ଟଙ୍କା କୁ ଉଠାଇ ଭବିଷ୍ୟତର କାମରେ ଲଗାଇ ପାରିବେ । ଯୋଗ୍ୟ ପିଲା ମାନଙ୍କ ମଧ୍ୟରୁ ଗୋଟିଏ ପିଲାକୁ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟ 5 ଜଣ ପିଲାଙ୍କୁ ଘରୋଇ ଇଂରାଜୀ ବିଦ୍ୟାଳୟରେ ନାମ ଲେଖା ହୋଇଛି । ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାଙ୍କୁ ମାସିକ 1000 ଟଙ୍କା ଏବଂ ଅନ୍ୟ ମାନଙ୍କୁ 2500 ଟଙ୍କା ଲେଖାଏଁ ଦିଆଯାଇଛି । ମିଶନ ବାତ୍ସଲ୍ୟରେ ପୃଷ୍ଠପୋଷକତା ସହାୟତା ହିସାବରେ ବର୍ତ୍ତମାନ ପ୍ରତି ପିଲାଙ୍କୁ 2000 ଟଙ୍କା ଲେଖାଏଁ ଦିଆଯାଉଛି ଯାହାକି ଆସନ୍ତା ଦିନରେ ମାସିକ 4000 ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ 20000 ଟଙ୍କା ଲେଖାଏଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟରୁ ଦେବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *