ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ରାସ୍ତାରେ ଘରକୁ ଫେରୁଥିବା ବେଳେ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଚାଷୀ । ରାସ୍ତାରେ ଚାଷୀଙ୍କ ବାଇକ୍ ଭାଙ୍ଗି ଚୂନା କଲେ ମା ଓ ଛୁଆ ହାତୀ । ଛେଣ୍ଡିପଦା ବନାଞ୍ଚଳ ଭଟ୍ଟପାଳ – କଣଲୋଇ ରାସ୍ତାରେ ଘଟିଛି ଏପରି ଘଟଣା । ସୂଚନା ଯେ, ସବୁଦିନ ପରି ଆଜି ମଧ୍ୟ କଣଲୋଇ ଗ୍ରାମର ଆମ୍ବ ଚାଷୀ ଗଜ ମାଝୀ ବଗିଚାରେ କାମ ସାରି ଘରକୁ ବାଇକ୍ ସାହାଯ୍ୟରେ ଫେରୁଥିବା ବେଳେ ମା – ଛୁଆ ହାତୀ ମୁହଁରେ ପଡିଥିଲେ . ଜୀବନ ବିକଳରେ ବାଇକ୍ ଟିକୁ ଛାଡି ଦଉଡି ପଳେଇଥିବା ବେଳେ ହାତୀ ବାଇକ୍ ଟିକୁ ଭାଙ୍ଗି ଚୂନା କରି ଦେଇଛି । ସୂଚନା ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଥିବାବେଳେ ଉତେଜନା ସ୍ଥିତି ଲାଗି ରହିଛି ।

