ସାପ କାମୁଡ଼ାରେ ୨ ମହିଳା ମୃତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଓ ବୈଦେଶ୍ଵର ଥାନା ଅଧୀନରେ ରହିଥିବା ଉପର ପାଥପୁର ଓ ଅନ୍ଧାରୁଆ ଗ୍ରାମରେ ସାପ କାମୁଡ଼ା ରେ ୨ ଜଣ ମହିଳା ଙ୍କ ମୃତ୍ୟୁ ଘଟିଛି . ଉପର ପାଥପୁର ଗ୍ରାମର ମୃତ ମହିଳା ଙ୍କ ନାମ ଲତା ଗୋଛୟତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ ସୁବାସି ସେନାପତି. ତାଙ୍କ ଘର ଅନ୍ଧାରୁଆ ବୋଲି ମିଳିଛି ସୂଚନା. ଶବ ବ୍ୟବଛେଦ ପାଇଁ ଉଭୟ ମୃତକଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି . ସୂଚନା ଥାଉକି ଉପର ପାଥପୁର ଅଞ୍ଚଳ ର ମୃତ ମହିଳା ଲତା ଗୋଛୟତ ସନ୍ଧ୍ୟା ସମୟରେ ଶୌଚ ପାଇଁ ଘରୁ ପଦାକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା . ତୁରନ୍ତ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା . ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ସମୟରେ ମୃତ ଘୋଷଣା କରିଥିବା ସମ୍ପର୍କୀୟ ଙ୍କ ପକ୍ଷରୁ ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *