ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିଵସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଶ୍ୱ ପରିବେଶ ଦିବସକୁ ନେଇ କଟକ ଜିଲ୍ଲା ବାଙ୍କୀ ସବ ଡିଭିଜନରେ ମା ଚର୍ଚ୍ଚିକା ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ସଙ୍ଘର ସଭାପତି ଅରବିନ୍ଦ ବିରବର ହରିଚନ୍ଦନ ସଭାପତିତ୍ୱ କରିଥିଲେ . ସଂଘର ନିଷ୍ପତି ଏବଂ ଆଗାମୀ ପ୍ରାକ ମୌସୁମୀକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା ଓ ତାର ସନ୍ତୁଳନକୁ ବଜାୟ ରଖିବା ପାଇଁ ଅନୁଷ୍ଠାନ ତରଫରୁ ଏକ ହଜାର ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯିବ . ଆଜିର ଏହି ବିଶ୍ୱ ପରିବେଶ ଦିବସରେ ସମସ୍ତ ସଦସ୍ୟ ମାନେ ବୃକ୍ଷରୋପଣ ପାଇଁ ସଂକଳ୍ପ ନେଇଛନ୍ତି . ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରାୟ ଓ ବିଦ୍ୟାଧର ଖଟୁଆଙ୍କ ପୂର୍ଣ୍ଣ ସହଯୋଗ ମିଳିଥିଲା . ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ର ଏପରି ବୃକ୍ଷ ରୋପଣ ନିଷ୍ପତ୍ତି କୁ ପ୍ରଶଂସା କରିବା ସହିତ ସ୍ୱାଗତ କରିଛନ୍ତି ବରିଷ୍ଠ ସାମ୍ବାଦିକ ବଳଭଦ୍ର ପଣ୍ଡା ।ସଂଘ ର ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପ-ସଭାପତି ଅନନ୍ତ କୁମାର ରଣା , ସହ ସମ୍ପାଦକ ଅଶୋକ କୁମାର ରଣା , ଉପ-ସଭାପତି ମାନସ ରଞ୍ଜନ ସାହୁ , ସମ୍ପାଦକ ଶୁଭେନ୍ଦୁ ମହାପାତ୍ର ଙ୍କ ସମେତ ୨୫ ରୁ ଉର୍ଦ୍ଧ ସାମ୍ବାଦିକ ଏହି ବୃକ୍ଷ ରୋପଣ ସହିତ ସଂଘର ବୈଠକ ରେ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *