ମୁଖ୍ୟରାସ୍ତାରେ ଭାଷୁଛି ଅପରିଷ୍କାର ଜଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟରାସ୍ତାରେ ଅପରିଷ୍କାର ଜଳ ଭାସୁଛି । ନାଳର ବ୍ୟବସ୍ଥା ନଥିବାରୁ ଅପରିଷ୍କାର ଜଳ ରାସ୍ତା ଉପରେ ଭାସୁଛି । ରାସ୍ତା ଦୁର୍ଗନ୍ଧ ମୟ ହେବା ସାଙ୍ଗକୁ ଯାନବାହନ ଯିବା ସମୟରେ ଅପରିଷ୍କାର ଜଳ ପଥଚାରୀଙ୍କ ଉପରକୁ ଛିଟୁକୁଛି । ରାସ୍ତାରେ ଜମିଥିବା ଅପରିଷ୍କାର ଜଳ ଦ୍ୱାରା ମଶା ମାଛି ହୋଇ ବିଭିନ୍ନ ସଂକ୍ରମଣ ରୋଗ ହେବାର ଆଶଙ୍କା ରହିଛି । ଏହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀ, ବିଭାଗୀୟ ଅଧିକାରୀ ଯାତାୟାତ କଲେ ମଧ୍ୟ ଦୃଷ୍ଟି ପଡୁ ନଥିବା ଭଳି ଜଣାପଡ଼ିଛି । ପ୍ରକାଶ ଥାଉ କି ରାସ୍ତା ପ୍ରଶସ୍ତିକରଣ ନା ରେ ଦୀର୍ଘ ଦିନ ହେଲା ନାଳର ବ୍ୟବସ୍ଥା ହୋଇ ପାରୁ ନଥିବା ଜଣା ପଡ଼ିଛି ।ଜବର ଦଖଲ ଉଛେଦ ପରେ ଏହି ଭଳି ଅବସ୍ଥା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବା ସମସ୍ତ ଙ୍କୁ ଚକିତ କରିଛି ।

Leave a Reply

Your email address will not be published. Required fields are marked *