ଉନ୍ନତ କୃଷି ଏବଂ ଆନୁସଙ୍ଗିକ ବିଜ୍ଞାନ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୃଷି ଏବଂ ଆନୁଷଙ୍ଗିକ ବିଜ୍ଞାନ କ୍ଷେତ୍ରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ ନୂଆ ଦିଲ୍ଲୀ ଏବଂ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି . ଏହି ସମ୍ମିଳନୀ ସମ୍ମାନୀତ କୂଳ ସଚିବ ଡକ୍ଟର ଅନିତା ପାତ୍ର ଏବଂ ସମ୍ମିଳନୀର ଆହ୍ୱାନ କର୍ତ୍ତା ମେହେଜବିନଙ୍କ ଦ୍ଵାରା 4 ଜୁନ ପୂର୍ବାହ୍ନ 9.30 ରେ ଉଦଘାଟିତ ହୋଇଥିଲା । ସମ୍ମିଳନୀ ଉଦଘାଟନ କରିବା ପରେ କୂଳ ସଚିବ ଡକ୍ଟର ଅନିତା ପାତ୍ର ସମସ୍ତଙ୍କୁ ଅଂଶ ଗ୍ରହଣ କରିବା ପାଇଁ ସ୍ୱାଗତ କରିଥିଲେ । ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।ଏହି ଉଦଘାଟନ ଉତ୍ସବରେ ଡକ୍ଟର ଚିତ୍ରା ଶଙ୍କର, ପ୍ରମୁଖ ବୈଜ୍ଞାନିକ, ଆଇ ସି ଏ ଆର ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ହାଇଦ୍ରାବାଦ, ମୁଖ୍ୟ ଅତିଥି ଏବଂ ଡକ୍ଟର ଆନି ପୁନମ, ପ୍ରମୁଖ ବୈଜ୍ଞାନିକ, ଆଇ ସି ଏ ଆର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, କଟକ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ଡ ସୋସିଆଲ ଡେଭେଲେପମେଣ୍ଟ , ନୂଆଦିଲ୍ଲୀ ର ପ୍ରେସିଡେଣ୍ଟ ଅଖିଳ ଗୁପ୍ତା, ଏମ୍ ଏସ ସ୍ୱାମୀ ନାଥନ ସ୍କୁଲ ଅଫ ଏଗ୍ରିକଲଚର (ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ) ଓଡ଼ିଶାର ଡିନ ଡକ୍ଟର ଏମ୍ ଦେବେନ୍ଦ୍ର ରେଡ୍ଡୀ, ଡ଼ିନ (ପ୍ରଶାସନ) ଡକ୍ଟର ଏସ ପି ନନ୍ଦ, ସହଯୋଗୀ ଡ଼ିନ ପ୍ରଫେସର ଜେ. ଅନୀଲ କୁମାର ଏବଂ ମୁଖ୍ୟ ଆୟୋଜନ ସଚିବ ଡକ୍ଟର ଅଙ୍କୁଶ ରାଉତ, ବିଭାଗଧ୍ୟକ୍ଷ, କୀଟ ବିଜ୍ଞାନ, ଲଭଲି ପ୍ରଫେସନାଲ ୟୁନିଭରସିଟି ମଧ୍ୟ ଯୋଗ ଦେଇଥିଲେ । ସମ୍ମିଳନୀର ସ୍ମରଣୀକା ଏବଂ କମ୍ପେଣ୍ଡିଅମ ଅଫ ଆବଷ୍ଟ୍ର।କ୍ଟକୁ ଉନ୍ମୋଚନ କରାଗଲା। ଏହି ସମ୍ମିଳନୀ 14 ଟି ବିଭିନ୍ନ କୃଷି ଅନୁସନ୍ଧାନ ଥିମ ଉପରେ ଆଧାରିତ । ଆୟୋଜକଙ୍କ ଅନୁଯାୟୀ ଏହି ସମ୍ମିଳନୀ କୃଷି ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି ବିଷୟରେ ଫସଲ ଉନ୍ନତି, ଫସଲ ଉତ୍ପାଦନ, ଫସଲ ସୁରକ୍ଷା, ସାମୁଦ୍ରିକ ବିଜ୍ଞାନ, ଜଳଚର, ମହାସାଗରୀୟ, ମତ୍ସ୍ୟ ଚାଷ ,ପଶୁ ପାଳନ, ବାୟୋଟେକ୍ନୋଲୋଜି ଏବଂ ପ୍ରଯୁକ୍ତି ବିଦ୍ୟା ଭଳି ଜ୍ଞାନ ଆଦାନ ପ୍ରଦାନକୁ ସହଜ କରିବା ଏହାର ଲକ୍ଷ୍ୟ । ଅନୁସନ୍ଧାନ ଏବଂ କୃଷି ଶିକ୍ଷାରେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ବୈଜ୍ଞାନିକ ଏବଂ ଶିକ୍ଷାବିତଙ୍କ ଦ୍ବାରା ଦୁଇ ଦିନ ମଧ୍ୟରେ 25 ରୁ ଅଧିକ ପ୍ରମୁଖ ନୋଟ୍ବକ୍ତବ୍ୟ ପ୍ରଦାନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *