ବାଲୁଗାଁରେ ପ୍ରେମ ସମ୍ପର୍କକୁ ନେଇ ଯୁବକ ଯୁବତୀଙ୍କ ଆତ୍ମହତ୍ୟା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ସୁଚାନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ଵିଷ୍ଣୁଡିହ ଗ୍ରାମର ବିଘ୍ନେଶ ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା କୁହାଯାଉଛି । କିନ୍ତୁ ଉଭୟଙ୍କ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହାର କୌଣସି ସୂଚନା ମିଳି ପାରିନାହିଁ । କିନ୍ତୁ ଉଭୟଙ୍କ ଆତ୍ମହତ୍ୟା ସମ୍ପର୍କରେ ବିଭିନ୍ନ ପ୍ରକାରର ଗୁଜବ ହେଉଥିବା ବେଳେ ପରିବାର ପକ୍ଷରୁ କୌଣସି ମତାମତ ମିଳି ପାରିନାହିଁ । ବାଲୁଗାଁ ଥାନା ଅନ୍ତର୍ଗତ ନୈନା ଓ ବାଣପୁର ଥାନା ଅନ୍ତର୍ଗତ ବିଘ୍ନେଶ ଦୁହେଁ ମିଶି ଵିଷ୍ଣୁଡିହ ଗ୍ରାମର ପାଣି ଟାଙ୍କି ନିକଟରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କ ଭିତରୁ ଜଣଙ୍କୁ ଭୁବନେଶ୍ୱର ଓ ଆଉ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶବ ଦାହ କରାଯାଇଛି । ଏହାକୁ ନେଇ ଉଭୟ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ନେଇ ଉଭୟ ବାଣପୁର ଓ ବାଲୁଗାଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *