ଶ୍ରୀ ପତିତପାବନ ଦେବ ଙ୍କ ଜମିର ସୁରକ୍ଷା ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଅବସ୍ଥିତ ବାବା ପତିତପାବନ ଦେବଙ୍କ ମନ୍ଦିର କୁ ସ୍ୱର୍ଗତ ଭାଗିରଥି ମାଲୁ ସ୍ଥାପନ କରିଥିଲେ । ବର୍ତ୍ତମାନ ଅଭିଯୋଗ ଆସୁଛି ଯେ ଯେଉଁମାନେ ଏବେ ଠାକୁରଙ୍କ ଦାୟିତ୍ୱରେ ଅଛନ୍ତି , ସେମାନେ ଠାକୁରଙ୍କ ନାମରେ ଥିବା ସମସ୍ତ ଜମିକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ମାନେ ଖବର ପାଇ ଏହାକୁ ଦୃଢ଼ତା ର ସହ ବିରୋଧ କରିଛନ୍ତି । ଆଜି ଶତାଧିକ ଗ୍ରାମବାସୀ ଗମ୍ଭାରୀମୁଣ୍ଡା ବଜାର ମାଆ ଆଙ୍କୁଲାଇ ମନ୍ଦିର ଠାରୁ ଶୋଭାଯାତ୍ରା ବାହାର କରି ବାବା ପତିତପାବନ ଦେବଙ୍କ ଜମି ଠାରେ ପହଞ୍ଚି ଥିଲେ।

Leave a Reply

Your email address will not be published. Required fields are marked *