ଅଭାବ ଅନାଟନ ଦେଲା ଦାଦନ ଦୁଃଖ : ମୃତଦେହ ଫେରି ପାଇବା ପାଇଁ ପରିବାର ଲୋକଙ୍କ ଗୁହାରୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ହାଇଦ୍ରାବାଦରେ ଶ୍ରମିକଙ୍କ ମୃତ୍ୟୁ . ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର କାଳିଆ ସାମନ୍ତରାୟ । ଅଭାବ ଅନାଟନ ପାଇଁ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ , ହେଲେ ଦଇବ ଦେଲା ଦାରୁଣ ଦୁଃଖ . ଏପରିକି ସେହି ଦାଦନ ହିଁ ପୋଛି ଦେଇଛି ତାଙ୍କ ସ୍ତ୍ରୀ ମଥାର ସିନ୍ଦୁର , ଆଉ ସେପଟେ ୧୦ ବର୍ଷର ପୁଅ ହୋଇଯାଇଛି ବାପ ଛେଉଁଡ । ପରିବାର ପ୍ରତିପୋଷଣ କରିବା ପାଇଁ ଗାଁ ଛାଡି ଯାଇଥିଲେ ଦାଦନ ଖଟିବାକୁ , ଆଉ ସେଠାରେ ଶ୍ରମିକ ଭାବରେ କାର୍ଯ୍ୟ କରୁ କରୁ ହଠାତ୍ ଘରକୁ ଆସିଲା ମୃତ୍ୟୁର ଖବର । ହେଲେ ମୃତ୍ୟୁ କିପରି ହେଲା ? କେଉଁଠାରେ ହେଲା ? ବୋଲି ମୃତକର ପରିବାର ଲୋକେ ପଚାରିବାରୁ ମୃତ୍ୟୁ ଖବର ଦେଇଥିବା ଲୋକଟି ଯୋଗାଯୋଗ ବିଚ୍ଛିନ୍ନ କରିଦେଲା । ଏଭଳି ଏକ ଦୁଖଦ ଖବର ମିଳିବା ପରେ ବାପାଙ୍କର ଫଟୋକୁ ଧରି ପୁଅ କାନ୍ଦୁଥିବା ବେଳେ ସ୍ୱାମୀ ସହିତ ସୁଖ ଦୁଃଖ ର ଘଟଣା ଚକ୍ର କୁ ମନେ ପକାଇ ପତ୍ନୀ ବାହୁନୀ ବାହୁନୀ କାନ୍ଦୁଛି କବାଟ କଣରେ । ଭେଣ୍ଡିଆ ପୁଅ ହଠାତ୍ ଏଭଳି ବୁଢା ବାପା ମା’ ଙ୍କୁ ଛାଡି ଅଫେରା ରାଇଜ ଚାଲି ଯାଇଥିବା ଦୁଃଖରେ ବାପା ମା’ କାନ୍ଦୁଥିବାର ଦେଖିବାକୁ ମିଳିଛି । ତେବେ ସୁଦୂର ହାଇଦ୍ରାବାଦ ରେ ମୃତ୍ୟୁବରଣ କରିଥିବା ନିଜ ଆତ୍ମୀୟ ର ଶବ ପାଇବା ପାଇଁ ପରିବାର ଲୋକ ପ୍ରଶାସନ ପାଖରେ କରିଛନ୍ତି ଗୁହାରୀ .

Leave a Reply

Your email address will not be published. Required fields are marked *