ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପୁଣି ଚର୍ଚ୍ଚା ରେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ | କେତେବେଳେ ଚୋରା କାଠ ଚାଲାଣ ଜବତ ନେଇ ତ କେତେବେଳେ ଚୋରା ଗଞ୍ଜେଇ କୁ ଧରି ଚର୍ଚ୍ଚା ରେ ଥିଲେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ | ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ବାହାଡ଼ାଝୋଲା ବନବିଭାଗ ର ଫରେଷ୍ଟର ସନାତନ ସ୍ୱାଇଁ ନିଜର ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସହ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟ ରେ ମାଣ୍ଠଖମଣ ରୁ ବେତନଟୀ କୁ ସଂଯୋଗ କରୁଥିବା ଜଙ୍ଗଲିଆ ରାସ୍ତାରେ ଏକ ବାରହା କୁ ମାରି ଦୁବୃତ୍ତ ମାନେ ଟିଭିଏସ ଏକ୍ସଏଲ ବାଇକ ଗାଡି ଯୋଗେ ନେଉଥିବା ସମୟରେ ପେଟ୍ରୋଲିଂ ଭ୍ୟାନ ସହ ମୁହାଁ ମୁହିଁ ହେବା ରୁ ଦୁଇଟି ଟିଭିଏସ ଏକ୍ସଏଲ ବାଇକ ସହ ମୃତ ବାରହା କୁ ଛାଡ଼ି ଦୌଡ଼ି ପଳେଇ ଯାଇଥିଲେ | ବନ ବିଭାଗ ଘଟଣା ସ୍ଥଳରୁ ମୃତ ବାରହା ସହିତ ବ୍ୟବହୃତ ଦୁଇଟି ଟିଭିଏସ ଏକ୍ସଏଲ ଗାଡି ନମ୍ବର ଓଡ଼ି ୨୫ କେ ୦୧୮୯ ଓ ଓଡ଼ି ୨୫ ଇ ୪୦୧୮ ନଂ କୁ ଜବତ କରିଛି । ବାହାଡାଝୋଲା ସେକ୍ସନ କାର୍ଯ୍ୟାଳୟ ପରିସରରେ ନୂଆଗାଁ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହଯୋଗରେ ମୃତ ବାରହା କୁ ବ୍ୟବଛେଦ କରାଯିବା ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାଇ ମୃତ ବାରହାକୁ ଗୁଳି ଦ୍ୱାରା ଶିକାର କରାଯାଇଥିବା ଯାଇଥିବା ବ୍ୟବଛେଦ ରୁ ଜଣା ପଡିଛି | ଦୁଇଟି ଗୁଳି ବାରହା କାନ ପାଖରେ ବାଜିଥିବାର କ୍ଷତ ଥିବାରୁ ବାରହା କୁ ଗୁଳି ଦ୍ୱାରା ମାରି ଦିଆଯାଇଥିବା ନୂଆଗାଁ ପ୍ରାଣୀ ଚିକିତ୍ସକ ଅଧିକାରୀ ଦର୍ଶାଇଛନ୍ତି |
ବାହାଡାଝୋଲା ବନାଞ୍ଚଳରେ ମୃତ ବାରହା ସହ ୨ ଟିଭିଏସ ଏକ୍ସଏଲ ବାଇକ ଜବତ : ଆସାମୀ ଫେରାର !!!

