ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର – ସଂପଡ଼l ରାଜପଥ ଠାରୁ ଗୁମି ପିଡବ୍ଲୁଡି କୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ନିର୍ମାଣ କାମ ଦୀର୍ଘ 4 ବର୍ଷ ହେଲା ଆରମ୍ଭ ହେଲାଣି l କିନ୍ତୁ ସରିବାତ ଦୂରର କଥା ଅଧା କାମ ମଧ୍ୟ ଏଯାଏ ଠିକ ସେ ହୋଇ ପାରିନାହିଁ l ଅନେକ ଦିନରୁ ବ୍ରିଜ କାମ ସରିଲାଣି , ତେବେ ପାଖ ରାସ୍ତା ସମ୍ପୂର୍ଣ୍ଣ ହୋଇ ନଥିବାରୁ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି l ଆମେ ଗୁମି ରୁ ଯାମୁସହି ରାସ୍ତାର ବ୍ରିଜ କଥା କହୁଚୁ l ବର୍ଷା ଆରମ୍ଭ ହେଲେ ପୁଣି ହଇରାଣ ହେବେ ଲୋକ l କିଏ ପଡିବ କଣ ହେବ କହି ହେବନି l ଦୀର୍ଘ ଦିନ ଧରି ରାସ୍ତାରେ ମାଟି ପଡି ତାହା ଫାଟି ଆଁ ହୋଇକି ଅଛି l ଅଜାଣତରେ କାହାର ଗୋଡ, କି କାହାର ମୋଟର ସାଇକେଲ, କି ସାଇକେଲ ଯଦି ପଡ଼ିଯାଏ ତାହେଲେ କଣ ହେବ ଅବସ୍ଥା କିଏ କହି ପାରିବ l ଠିକାଦାରଙ୍କର ରାସ୍ତା କାମ ସାରିବା ନେଇ ବିଳମ୍ବ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଅବଗତ ଥିଲେବି କିଛି ସୁଫଳ ମିଳୁନି l ସାଧାରଣ ଲୋକ ହଇରାଣ ହେଉଛନ୍ତି l ରାସ୍ତାକାମ ତୁରନ୍ତ ସାରିବାକୁ ଏବଂ ଯାମୁସହି ବ୍ରିଜ ଜଲ୍ଦି ସାରିବାକୁ ଦାବି କରିଛନ୍ତି l ଯଦି ଏନେଇ ବିଭାଗ ନୀରବ ରହିବ , ତାହେଲେ ଆଗମୀ ଦିନରେ ଗୁମି, ଯାମୁସହି, କେସେଣ୍ଡl ଇତ୍ୟାଦି ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି l
ଅଧା ପନ୍ତରିଆ ହୋଇ ପଡିଛି ରାସ୍ତା : ଲୋକେ ହେଉଛନ୍ତି ହୀନସ୍ତା !!!

