ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସାମାଜିକ ସଂଗଠନର ସହଯୋଗରେ ଅସହାୟ ମହିଳାଙ୍କ ଅସ୍ତ୍ରୋପଚାର । ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୟାଗଡ଼ ବ୍ଲକ ଗମ୍ଭାରୀଡ଼ିହି ପଞ୍ଚାୟତର କୃଷ୍ଣାଦେଇପୁର ଗ୍ରାମର ରଶ୍ମିତା ଦୀକ୍ଷିତଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରାଯାଇଛି । ରଶ୍ମିତା ଦୀକ୍ଷିତଙ୍କ ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ । ରଶ୍ମିତାଙ୍କ ପେଟ ଦୀର୍ଘ ତିନି ମାସ ହେଲା ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥିଲା । ସ୍ଵାମୀଙ୍କ ସ୍ବଳ୍ପ ରୋଜଗାର ଏବଂ ସ୍ୱାମୀ ଚିକିତ୍ସା ପାଇଁ ସେତିକି ସଚେତନ ନଥିବାରୁ ରଶ୍ମିତା କଷ୍ଟ ଭୋଗିବା ସହ ମୃତ୍ୟୁର ଦ୍ୱାର ଦେଶରେ ପହଁଚି ସାରିଥିଲେ । ରଶ୍ମିତାଙ୍କ ଦୁଇଟି ଛୁଆ ଥିବା ହେତୁ କଷ୍ଟ ହେଲେ ମଧ୍ୟ ବାଧ୍ୟ ବାଧକତାରେ ଘର କାମ କରୁଥିଲେ । ଯାହା ତାଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା । କିନ୍ତୁ ନାଚାର ରଶ୍ମିତା ଭାଗ୍ୟକୁ ଆଦରି ଏ ସବୁ କାର୍ଯ୍ୟ ଜାରି ରଖିଥିଲେ । ଏ ଖବର ଅନନ୍ୟା ଫାଉଣ୍ଡେସନ ପାଖରେ ପହଞ୍ଚିବା ପରେ ଅନନ୍ୟା ଫାଉଣ୍ଡେସନ ତତ୍ପରତା ଦେଖାଇ ବ୍ୟାଧି ର ସ୍ଥିତିକୁ ପରଖି କାଳ ବିଳମ୍ବ ନକରି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ରଶ୍ମିତାଙ୍କୁ ଚିକିତ୍ସା ପାଇଁ ନେଇଥିଲା । ପରେ ଦୁଇଟି ବିଭାଗର ଡାକ୍ତରଙ୍କ ମିଳିତ ପ୍ରୟାସରେ ଦୀର୍ଘ ଦଶ ଦିନରୁ ଉର୍ଦ୍ଧ୍ବ ସମୟ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବା ପରେ ଆଜି ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଖାପାଖି ତିନି କିଲୋର ଟ୍ୟୁମର କଢ଼ାଯାଇଛି । ଶେଷ ଖବର ସୁଦ୍ଧା ରଶ୍ମିତା ସୁସ୍ଥ ଅଛନ୍ତି । ବିଗତ ଦଶ ଦିନ ଧରି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପର୍ଯ୍ୟାୟ କ୍ରମେ ଆଶୁତୋଷ, ସନ୍ତୋଷ, ଅପର୍ଣ୍ଣା, ଅଭିନାଶଙ୍କ ତରଫରୁ ୨୪ ଘଣ୍ଟିଆ ଦେଖାଶୁଣା କରୁଛନ୍ତି । ଅନନ୍ୟା ଫାଉଣ୍ଡେସନ ର ଏହି ମହତ୍ କାର୍ଯ୍ୟ ଲାଗି ବହୁ ସମାଜସେବୀ ଓ ସଙ୍ଗଠନ ଶୁଭେଚ୍ଛା ଜଣାଇଛନ୍ତି ।
ସାମାଜିକ ସଂଗଠନର ସହଯୋଗରେ ଅସହାୟ ମହିଳାଙ୍କ ଅସ୍ତ୍ରୋପଚାର !!!

