ନବ ଯୌବନ ବେଶରେ ଦର୍ଶନ ଦେଲେ ଚରଣ ଚକାଦେବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନବ ଯୌବନ ବେଶରେ ଦର୍ଶନ ଦେଲେ ଚରଣ ଚକାଦେବ । ଅଣସର ପରେ ଗତକାଲି ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମରେ ଥିବା ଚରଣ ଚକାଦେବ ଜଗନ୍ନାଥ ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଉକ୍ତ ମାନେ ପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ ନେବା ନିମନ୍ତେ ମନ୍ଦିର ତରଫରୁ ବ୍ୟବସ୍ଥା କରାଯାଇଥିଲା । ଗତଦୁଇ ବର୍ଷର କୋଭିଡ କଟକଣା ଭିତରେ ବିନା ଭକ୍ତରେ କେବଳ ନୀତିକାନ୍ତି ରେ ପୂଜାର୍ଚ୍ଚନା ହେଉଥିଲା , ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଭକ୍ତଙ୍କ ଗହଳିରେ ପୂଜାର୍ଚ୍ଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *