ଗୁମି ଫରେଷ୍ଟ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲା ମହୀପୁର ବନାଞ୍ଚଳ ର ଗୁମି ଫରେଷ୍ଟ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୁମି ଫରେଷ୍ଟର ଆଲୋକ କୁମାର ଗୁରୁ ଙ୍କ ନେତୃତ୍ୱରେ ମୁରିଆମ୍ବା ର ଏକ ଟାଙ୍ଗିରି ପାହାଡ଼ରେ ଗୁମି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ତଥା ନୂଆଗାଁ ବ୍ଲକ ଯୁବ ବିଜେଡି ଉପ-ସଭାପତି ସଂଜୀବ କୁମାର ଡାକୁଆ ଏବଂ ସରପଞ୍ଚ ବବୃ ମହାରଣା ଉପସ୍ଥିତ ରହି ପବିତ୍ର ରଥଯାତ୍ରା ରେ ଗଛ ଲଗାଇ ଶୁଭ ଅନୁକୂଳ କରିଥିଲେ l ସହଯୋଗରେ କାପ୍ତାପଲ୍ଲୀ ଫରେଷ୍ଟ ଗାର୍ଡ ଯୋଗେନ୍ଦ୍ର ସ୍ୱାଇଁ, ଫରେଷ୍ଟ ଗାର୍ଡ ମାନସ ସେଠି, ଶିଶିର ସାହୁ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଗଛ ଲଗାଇଥିଲେ l ଟାଙ୍ଗିରି ପାହାଡ଼ ରେ ଲିମ୍ବ, ଆମ୍ବ, ଶିଶୁ ଇତ୍ୟାଦି ଗଛ ଲଗାଇ ଏକ ସୁନ୍ଦର ବନାନୀ କରିବା ପାଇଁ ଗୁମି ଫରେଷ୍ଟର ଆଲୋକ କୁମାର ଗୁରୁ ଙ୍କ ସୁନ୍ଦର ପ୍ରୟାସ କୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି l

 

Leave a Reply

Your email address will not be published. Required fields are marked *