ମଉକା ଅଛି : ଚଉକା ମାରିବାକୁ ରେଡି ହଉଛନ୍ତି ଅବିନାଶ ପଟ୍ଟନାୟକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ପରିସ୍ଥିତି ଯାହା କେତେବେଳେ କଣ ଘଟିବ କହିବା ମୁସ୍କିଲ ! ରାଜନୈତିକ ପରିବାର ରୁ ଆସିଥିବା ତଥା ପୂର୍ବତନ ବାଙ୍କୀ ବିଧାୟକ ସ୍ୱର୍ଗତ ଅକ୍ଷୟ ପଟ୍ଟନାୟକ ଙ୍କ ପୁଅ ଅବିନାଶ ପଟ୍ଟନାୟକ ଏବେ ପୁରା ମଉକା ଅପେକ୍ଷାରେ ! ଦୀର୍ଘ ଦିନ ଧରି ବାଙ୍କୀର ବିଭିନ୍ନ ସାମାଜିକ କାମରେ ଯୋଡି ହୋଇ ରହିଥିବା ଅବିନାଶ ଏବେ ପ୍ରତ୍ୟକ୍ଷ ରାଜନୀତି କୁ ଓହ୍ଲାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ! ବାଙ୍କୀ ବିଜୁ ଜନତା ଦଳ ର ନେତୃତ୍ୱ ନେଇ ପ୍ରଶ୍ନ ଉଠିଥିବା ସମୟରେ ବିଜେଡିରେ ମିଶିବା ପାଇଁ ପୁରା ପ୍ରସ୍ତୁତ ଅବିନାଶ ! ହେଲେ ଆନୁଷ୍ଠାନିକ ମିଶ୍ରଣ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସବୁଜ ରଙ୍ଗ ଓ ନବୀନ ବାବୁ ଙ୍କ ସହ ଫଟୋ ଦେଖିବାକୁ ମିଳିଲାଣି ! ଅବିନାଶ ପଟ୍ଟନାୟକ ଙ୍କ ବିଜେଡିରେ ଯୋଗଦେବା କୁ ନେଇ ବିଜେପି ନେତାଙ୍କର ବେଶୀ କିଛି ଚିନ୍ତା ନଥିବା ବେଳେ , ନିଜକୁ ଅସଲ ବିଜେଡି କହି ବାଙ୍କୀର କାର୍ଯ୍ୟକ୍ରମ କରିଥିବା ଏବଂ ରାଜଧାନୀ ଯାଇ ସୁଜାତା ରାଉତଙ୍କୁ ଭେଟିଥିବା କିଛି ନେତା ଖୁସି ନାହାନ୍ତି !

Leave a Reply

Your email address will not be published. Required fields are marked *