ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫଦାରୀ ର ନିନ୍ଦା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବଡ ଖବର ର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତ୍ରିବ୍ର ନିନ୍ଦା କରାଯାଇଛି । ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁଭଳି ଉଦ୍ଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗରିଫ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ । ସତ୍ୟ କୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁ ଏହି ଘଟଣା କୁଠାରଘାତ କରୁଥିବା ଭଳି ମନେ ହେଉଛି । ଅଗଣତାନ୍ତ୍ରିକ ଭାବେ ଶ୍ରୀ ଦାସ ଙ୍କ ବିରୋଧରେ ହୋଇଥିବା କାର୍ଯ୍ୟନୁଷ୍ଠାନ ଓ ଗିରଫଦାରୀ ର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକ ଙ୍କ ସୁରକ୍ଷା କ୍ଷେତ୍ର ରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ପକ୍ଷରୁ ସୋମବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରୁ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ସହ ଜିଲ୍ଲାର ମୁଖ୍ୟାଳୟ ରେ ଜିଲ୍ଲାପାଳଙ୍କୁ ଓ ବାଲିଗୁଡ଼ାରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମଧ୍ଯ ଦାବୀପତ୍ର ପ୍ରଦାନ କରାଯିବ । ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢ଼ୀ, ସଦାଶିବ ପାତ୍ର, ସୁବାଷ ପ୍ରଧାନ, ଫିଲମୋହନ ନାୟକ, ବି.ଭି ଶଙ୍କର, ଦୁଃଖୀ ଶ୍ୟାମ ପ୍ରଧାନ, ବୈଦ୍ୟନାଥ ବେହେରା, ପ୍ରେମଚାନ୍ଦ ସିଂ, ସୁବାଷ ଚନ୍ଦ୍ର ମହାରଣା, ପ୍ରତାପ ଦିଗାଲ, ପବିତ୍ର ଦିଗାଲ, ପ୍ରତାପ ନାୟକ, ଆଶୁତୋଷ ସାହୁ, ବସନ୍ତ ବେହେରା, ହେମନ୍ତ ମୁଖୀ, ସୁଧାଂଶୁ କହଁର, ଧର୍ମପଦ ନାୟକ, ଅଶ୍ୱିନୀ ମନ୍ତ୍ରୀ, ଓ ତରଣୀ ସେନ ସାହୁ, ଲଷ୍ମୀକାନ୍ତ ରାଜଗୁରୁ ପ୍ରମୁଖ ଘଟଣାକୁ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *