ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ବିଜେପି ର ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି ଅସୁସ୍ଥ ହୋଇ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି | ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ତାଙ୍କୁ ହସ୍ପିଟାଲ ରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଡାକ୍ତର ଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଆଶୁ ଆରୋଗ୍ୟ କାମନା କରିଥିଲେ | ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ରତ୍ନାକର ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ମାନେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି |
ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଅସୁସ୍ଥ : ସେଣ୍ଟ୍ରାଲ ହସ୍ପିଟାଲ ଚିକିତ୍ସାଧୀନ !!!

