ଗମ୍ଭାରୀମୁଣ୍ଡା ଠାକୁର ଙ୍କ ଜମି ଅନିୟମିତତା କୁ ନେଇ ଅଞ୍ଚବାସୀଙ୍କ ଘୋର ବିରୋଧ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଠାକୁରଙ୍କ ଜମି ଅନିୟମିତତା କୁ ନେଇ ଅଞ୍ଚଳ ବାସୀଙ୍କ ଘୋର ବିରୋଧ . ଶ୍ରୀ ଶ୍ରୀ ଶ୍ରୀ ପତିତପାବନ ଦେବ ବିଜେ ଗମ୍ଭାରୀମୁଣ୍ଡା ଦେବତ୍ୱର ଏଣ୍ଡୋକ୍ସ ବହିରେ ୪୮. ପି ପି ରେକର୍ଡ ଭୁକ୍ତ ଥିଲେହ୍ନେ ତାର ମାର୍ଫତଦାର ମାଲୁ ପରିବାର ପ୍ରାଇଭେଟ ଠାକୁର ନିଜ ପରିବାରର ସମସ୍ତ ମେମ୍ବର ବୋର୍ଡ଼ କମିଟିରେ ରହି ମନଇଚ୍ଛା ଠାକୁରଙ୍କ ଜମି ବିକ୍ରି ଓ ନୀତି ନିୟମ ଅନୁଯାୟୀ ମନ୍ଦିର ର ପରିଚାଳନା କାର୍ଯ୍ୟ କରି ପାରୁନାହାନ୍ତି . ସେଥିପ୍ରତି ଗମ୍ଭାରୀମୁଣ୍ଡା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି , ଆଜି ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ ସ୍ବର୍ଗତ ଭାଗିରଥି ମାଲୁ ମନ୍ଦିର ସ୍ଥାପନ କରିଥିଲେ ହେଁ ତାଙ୍କର ଦାୟାଦ ମାନେ କିଛି କୁଚକ୍ରାନ୍ତି ଏବଂ କୁଜି ରାଜନେତା ଓ ଜମି ବ୍ରୋକର ମାନଙ୍କ ଦ୍ୱାରା ପରିଚାଳିତ ହୋଇ ଠାକୁରଙ୍କ ଜମିକୁ ବିକ୍ରୟ କରୁଛନ୍ତି ବୋଲି ଗମ୍ଭାରୀମୁଣ୍ଡା ଗ୍ରାମର ଶତାଧିକ ମହିଳା ଏହାକୁ ବିରୋଧ କରିଛନ୍ତି ଏବଂ ଶ୍ରୀ ପତିତପାବନ ଦେବଙ୍କ ପ୍ରତି ଅନ୍ୟାୟ କୁ ଭାଟପଡା ଗ୍ରାମବାସୀ ଙ୍କର ଅସନ୍ତୋଷ ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *