ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କଫୋର୍ସ ଏଫ୍ ଉଦଘାଟନୀ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା (ଶିକ୍ଷା) ଭିତ୍ତିକ ନୂତନ ଟାସ୍କ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି . ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ଜୁବୁଲି ଚରଣ ବେହେରା (ସ୍ବତନ୍ତ୍ର ଅତିଥି) ଙ୍କ ଦ୍ଵାରା ଲୋକାର୍ପିତ ହୋଇ ସାରିଛି । ଏହି କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଓ ଭାଗବତ ପାଢ଼ୀ (ପୁରାତନ ଛାତ୍ର) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସିଆରସି ଏମ୍. ଉମାପତି , ଏସ୍. ଏମ୍. ସି. ସସ୍ମିତା ଗନ୍ତାୟତ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଶିକ୍ଷା ଆନୁସାଙ୍ଗିକ ଖେଳ, ଗୀତ,ଅଭିନୟ ଚିତ୍ରାଙ୍କନ, ତର୍କ,ଭାଷଣ, ଜ୍ଞାନ ବିଜ୍ଞାନ, ଜଣାଅଜଣା, ଜାଣିବା ପାଇଁ ଶିକ୍ଷକ, ପୁରାତନ ଛାତ୍ର, ଗୋଷ୍ଠୀ ର ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାମଶଙ୍କର ଗନ୍ତାୟତ, ପ୍ରକାଶ ପାତ୍ର, କବିତା ରାଉତ, ୱେଇ ଶିବ କୁମାର , ଶ୍ରୀଲକ୍ଷ୍ମୀ ପ୍ରଭୃତି ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *