କୃତୀ ବିଦ୍ୟାର୍ଥୀଙ୍କୁ ସିକୋ ପଞ୍ଚାୟତରେ ସମ୍ବର୍ଦ୍ଧନା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସିକୋ ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ” ସିକୋ ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ ” ରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ” ସିକୋ ପଞ୍ଚାୟତ ” ସୌଜନ୍ୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି . ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସାମ୍ବାଦିକ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ଦାଶ, ଅବସରପ୍ରାପ୍ତ ଶିକ୍ଷକ ଦିନବନ୍ଧୁ ଭାରିମଲ ସମ୍ମାନିତ ବକ୍ତା ଦୁର୍ଗା ଚରଣ ଅଧିକାରୀ , ସମ୍ମାନିତ ଅତିଥି ଭାବରେ ସିକୋ ଗ୍ରାମ ପଞ୍ଚାୟତ ସରପଞ୍ଚ ସନ୍ତୋଷୀ ରାୟ, ସମିତି ସଭ୍ୟା ଅଞ୍ଜଳୀ ସାହୁ, ଯୋଗେଶ ଛୋଟରାୟ, ଦୁର୍ଯ୍ୟୋଧନ ଛୁଆଳସିଂହ, ଦାସରଥୀ ରଣସିଂହ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଆଶୀର୍ବଚନ ଏବଂ ପ୍ରେରଣା ପ୍ରଦାନକାରୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଦଶମ ଶ୍ରେଣୀ ବାର୍ଷିକ ପରିକ୍ଷାରେ ସିକୋ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜଶେଖର ପାଇକରାୟ ୫୬୬ ନମ୍ବର ରଖି ବେଗୁନିଆ ବ୍ଲକ୍ ରେ ଏ – ଓ୍ୱାନର ଦ୍ବିତୀୟ ସ୍ଥାନ ଓ ସିକୋ ଜି.ପି.ର ପ୍ରଥମ ସ୍ଥାନ ଅଧିକାର କରି କୃିତିତ୍ବ ଅର୍ଜନ କରିଛନ୍ତି , କାହ୍ନା ସାମନ୍ତରାୟ ଏ ଓ୍ୱାନର ସିକୋ ଜି.ପି.ର ଦ୍ବିତୀୟ ସ୍ଥାନ, ନିହାରିକା ସାମନ୍ତରାୟ ଏ – ଟୁ ର ସିକୋ ଜି.ପ.ର ପ୍ରଥମ, ସାବିନା ପରୱନ୍, ପ୍ରଦୀପ ପରିଡା, ପ୍ରିୟଙ୍କା ପ୍ରିୟଦର୍ଶିନୀ ବରାଡ, ସୁଦ୍ଧାଦିତ୍ୟ ମାହାର ଏବଂ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟର ଏ – ଟୁ ଗ୍ରେଡ୍ ରେ ପାଶ୍ କରିଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଅନନ୍ୟା ପ୍ରିୟଦର୍ଶନୀ, ଅଭିଲିପ୍ସା ବଳିୟାରସିଂହ, ଦିପୀକା ସାମନ୍ତରାୟଙ୍କୁ ଆନୁଷ୍ଠାନିକ ଭାବେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ ସହିତ ପାଠ୍ୟ ଉପକରଣ ପୁରସ୍କାର ଭାବେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ସଭାରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଅବସରପ୍ରାପ୍ତ ଶିକ୍ଷକ ବାହାଦୁର ଖାଁଙ୍କ ନିମନ୍ତେ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ନେତା ଦାସରଥି ନରେନ୍ଦ୍ର ସ୍ବାଗତ ଭାଷଣ ଏବଂ ଶେଷରେ ସାମ୍ବାଦିକ ସଂଜୟ କୁମାର ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *