ଶ୍ରାବଣ ମାସର ପ୍ରଥମ ସୋମବାର ରେ ଧବଳେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ଼ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଦୀର୍ଘ ଦୁଇ ବର୍ଷ କୋଭିଡ କଟକଣା ପରେ, ପ୍ରଥମ ଥର ଶ୍ରାବଣ ମାସରେ କାଉଡ଼ିଆଙ୍କ ଜଳାଯାତ୍ରା ଆରମ୍ଭ ହୋଇଛି !! ଧବଳେଶ୍ବର ମନ୍ଦିର ଆଜି ଚଳଚଞ୍ଚଳ ହୋଇ ଉଠିଛି । ତେବେ ପ୍ରଶାସନ ତରଫରୁ ଭକ୍ତ ମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଉ ଥିବାବେଳେ, ବାସ୍ତବ ରୂପ କିଛି ଅଲଗା ପ୍ରକାର । ବିନା ମାସ୍କରେ ଭକ୍ତ ମାନଙ୍କୁ ମନ୍ଦିରକୁ ପ୍ରବେଶ କରା ଯାଉଥିବାବେଳେ, ପ୍ରଶାସନ ତରଫରୁ କୌଣସି ବାରଣ ଦେଖିବାକୁ ମିଳି ନଥିଲା !! ପ୍ରଥମ ସୋମବାର ରେ ଭକ୍ତ ମାନଙ୍କ ସୁବିଧା ପାଇଁ ଅଧିକ ଲାଇଟ ବ୍ୟବସ୍ଥା ହୋଇନାହିଁ !! ଏହା ବ୍ୟତୀତ ପରିମଳ ବ୍ୟବସ୍ଥା କହିଲେ ନସରେ !! ସାଧାରଣ ଦିନ ଗୁଡିକରେ ମନ୍ଦିର ଭିଡ଼ ହେଉଥିବା ବେଳେ, ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ମାନଙ୍କ ପାଇଁ ଶୌଚାଳୟ ଓ ଜଳ ଯୋଗାଣ ପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *