୨୦୨୪ ରେ ମିଳିବ ଦଶପଲ୍ଲା ଟିକେଟ : କିଏ କହୁଛି ଏକଥା ???

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଲୋକଙ୍କୁ ପ୍ରତିଶୃତି ଦେଇ ପାଳନ ନକରିବା ମହଙ୍ଗା ପଡ଼ିପାରେ, ନିଜକୁ ସମାଜସେବୀ ଭାବରେ ପ୍ରତିପାଦିତ କରୁଥିବା ନେତା ମାନଙ୍କୁ । ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଦଶପଲ୍ଲା ନିର୍ବାଚନମଣ୍ଡଳୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଦେଖା ଦେଇଛି ବିଜୁ ଜନତା ଦଳ ଭିତରେ ଅସ୍ଥିରତା । ଦଶପଲ୍ଲା ବିଧାୟକ ତଥା ବିଜେଡି ର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ବିରୋଧ ରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ . ପ୍ରଚ୍ଛଦ ପଟ୍ଟରେ ନୟାଗଡ ଜିଲ୍ଲାର ଜଣେ ଟାଣୁଆ ନେତା ଥିବା ବେଳେ ସେନାପତି ସାଜିଛନ୍ତି ନିଜକୁ ନେତା କହୁଥିବା ଠକେଇ ଅଭିଯୋଗରେ ଭୁବନେଶ୍ୱର ଏବଂ ବଡ଼ମ୍ବା ଅଞ୍ଚଳରେ ମକଦ୍ଦମା ଚାଲିଥିବା ଜଣେ ଆତ୍ମଘୋଷିତ ସମାଜସେବୀ । କେତେବେଳେ ଫଳକ ଭଙ୍ଗା ତ କେତେବେଳେ ଦଳର ଅନାମଧେୟ କିଛି ନେତା ଙ୍କୁ ନେଇ ଗୁପ୍ତ ବୈଠକ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଏକ ପ୍ରମୁଖ ଭକ୍ତିପୂର୍ଣ୍ଣ ସ୍ଥାନ ଦଶପଲ୍ଲା ବ୍ଲକ ତେଣ୍ଡାବାଡି ଗ୍ରାମପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀ । ସମୟ ସମୟରେ କିଛି କଥା କଥିତ ରାଜନୈତିକ ବ୍ୟକ୍ତି ଏଠାକୁ ଆସନ୍ତି । ସ୍ଥାନୀୟ ଜନସାଧାରଣ ଙ୍କୁ ଏକତ୍ରିତ କରି ଭୋଜିଭାତ ସହ ମାଆ ଙ୍କର ବହୁ ଉନ୍ନତି କରିବା ପାଇଁ ପ୍ରତିଶୃତି ବଦ୍ଧ ହୋଇ ଗ୍ରାମ ବାସୀ ଙ୍କୁ ବିଭିନ୍ନ ସ୍ବପ୍ନ ଦେଖାଇଯାନ୍ତି । ଏଭଳି ସୁନ୍ଦର ସ୍ୱପ୍ନ ଦେଖାଇ ଜନସାଧାରଣ ଙ୍କୁ ଭୁଆଁ ବୁଲାଉଥିବା ଏହି ସମାଜସେବୀ ଙ୍କୁ ପାନେ ଦେବାପାଇଁ ଅଣ୍ଟା ଭିଡିଛନ୍ତି ତେଣ୍ଡାବାଡି ଗ୍ରାମବାସୀ ମାନେ। ଆଲୋଚନା ର ବିଷୟ ଦଶପଲ୍ଲା ବାଣିଗୋଛା ଅଞ୍ଚଳର ଜଣେ ବ୍ୟକ୍ତି ନିଜକୁ ସମାଜସେବୀ ଏବଂ ନୟାଗଡ଼ ଜିଲ୍ଲାର ଜଣେ ବରିଷ୍ଠ ନେତା ସାଥିରେ ଅଛନ୍ତି କହି ଆଗାମୀ ନିର୍ବାଚନରେ ବିଜେଡିରୁ ଟିକେଟ ଆଣି ବିଧାୟକ ପ୍ରାର୍ଥୀ ହେବେ କହି ଦଶପଲ୍ଲା ଅଞ୍ଚଳରେ ଲୋକମାନଙ୍କୁ ମିଛରେ ଭୁଆଁ ବୁଲେଇବାରେ ଲାଗିଛି । ଏହି ଆତ୍ମଘୋଷିତ ସମାଜସେବୀ ଜଣକ ଜଣେ ପୁର୍ବତନ ସମିତି ସଭ୍ୟ ଙ୍କୁ ଧରି ତେଣ୍ଡାବାଡି ଅଞ୍ଚଳର ନିରିହ ଅଧିବାସୀ ମାନଙ୍କୁ ମା ବାଗଦେବୀ ପୀଠ କୁ ଡାକି ଭୋଜିଭାତ କରି ଖାଇବାକୁ ଦେବା ସହିତ ମନ୍ଦିର ସମୁଖରେ ଏକ ସୁନ୍ଦର ଗେଟ୍ ନିର୍ମାଣ କରିବ କହି ଫଟ ଉଠାଇ ସୋସିଆଲ ମିଡ଼ିଆ ରେ ଦଶପଲ୍ଲା ବିଧାୟକ ଙ୍କୁ ବିରୋଧ କରି ଅପପ୍ରଚାର ଆରମ୍ଭ କରିଥିଲେ । ଦିର୍ଘ ଦିନ ହେବ ଗେଟ୍ କାର୍ଯ୍ୟ ଆରମ୍ଭ ନହେବା , ବିଶେଷ କରି ମାଟି ଝୁଡ଼ିଟେ ନ ପଡ଼ିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କଲେ । ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପରେ ଏହି କଥାକଥିତ ସମାଜସେବୀ କେବଳ ଭୋଟ ହାତେଇବା ପାଇଁ ମିଛ କଥା ଦେଉଥିବା ଗ୍ରାମବାସୀ ମାନେ ଆଲୋଚନା କରିବା ସହ ଆଗାମୀ ଦିନରେ ଏହି ସମାଜସେବୀ ଜଣଙ୍କ ଯଦି ଅଞ୍ଚଳ କୁ ଆସି କିଛି ବିଭ୍ରାଟ ସୃଷ୍ଟି କରେ ତାହାର ଦୃଢ଼ ଜବାବ ଦିଆଯିବ ବୋଲି ସ୍ଥିର କରିଛନ୍ତି ।

 

Leave a Reply

Your email address will not be published. Required fields are marked *