ସ୍ପେନ ମହିଳା ଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 30 ତମ ଶିଶୁକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନ ଦେଶର 50 ବର୍ଷୀୟ ଜଣେ ଅବିବାହିତ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ 5 ବର୍ଷ ତଳେ ଏହି ଝିଅଟି କୁ ମୋହନା ଅଞ୍ଚଳ ରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଚାଇଲଡ଼ ଲାଇନ ଉଦ୍ଧାର କରି ବାଳିକା ଶିଶୁ ଅନୁଷ୍ଠାନ ରେ ରଖି ତାହାର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସିଥିଲା । ଝିଅଟି ର କେହି ନ ଥିବା ଜାଣିବା ପରେ ଶିଶୁ ମଙ୍ଗଳ ସମିତି ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ତିନି ବର୍ଷ ହେଲା ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ ପାରଳାଖେମୁଣ୍ଡି ମାଧ୍ୟମରେ ଝିଅଟି କୁ ଆଡ଼ପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯାହା ଦ୍ୱାରା ଶିଶୁ ଟି ପୋଷ୍ୟ ଭାବେ ଯେ କୌଣସି ଦମ୍ପତ୍ତି ଙ୍କ ପାଖକୁ ଯାଇ ପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ମହିଳା ଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ମହିଳା ଭିଡିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରିନେବା ପାଇଁ ସ୍ଥିର କରିଥିଲେ। ତା ପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଗଜପତି ପ୍ରସ୍ତୁତି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଶିଶୁଟିକୁ ମହିଳାଙ୍କୁ ହସ୍ତାନ୍ତର କରିଦିଆ ଯାଇଥିଲା । ଏହି ଶିଶୁଟି କନ୍ୟା ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର 10 ବର୍ଷ ଅଟେ । ଶିଶୁଟିକୁ ପାଇ ମହିଳା ଜଣକ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ନିଶାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ପ୍ରାଇଡ଼ ବାଳିକା ଯତ୍ନ ଓ ସୁରକ୍ଷା ଅନୁଷ୍ଠାନର ହାଉସ ମଦର ସୁକାନ୍ତି ଶବର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *